
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ପୋଲସରାରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଗଣେଷ ଖଟେଇ ନାମକ ଜଣେ ଯୁବକ ଆଜି ସକାଳେ ପୋଲସରା କଲେଜ ନିକଟରେ ଛିଡା ହୋଇଥିବା ବେଳେ କେତେକ ଦୁର୍ବୃତ ବାଇକ୍ ରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଗୁଳିଟି ତାଙ୍କ ମୁଣ୍ଡରେ ଘସି ହୋଇ ଚାଲିଯାଇଥିଲା । ଆହତ ଗଣେଷଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ମେଡ଼ିକାଲରେ ଭର୍ତି କରାଯାଇଛି । ଘଟଣାକୁ ନେଇ ପୋଲସରା ଅଂଚଳରେ ଉତେଜନା ପ୍ରକାଶ ପାଇଛି ।