
ଭୁବନେଶ୍ୱର/ଯାଜପୁର,ଯାଜପୁର ଜିଲ୍ଲା କୁଆଖିଆ ମହେଶ୍ୱରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବରିରୁ କଟକ ଯାଉଥିବା ଦେବଯାନୀ ବସ୍ ସହ ଏକ ଚିପ୍ସ ବୋଝେଇ ଡମ୍ଫର୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୧ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।