ଭୁବନେଶ୍ୱର, ୯୨ରୁ ଆରମ୍ଭ ହୋଇଥିବା ବିଦେଶୀ ନମ୍ବରରୁ ହ୍ୱାଟସ୍ ଆପ୍ ରେ କଲ ଆସିଲେ ଗ୍ରହଣ ନ କରିବାକୁ ଓଡିଶା ପୋଲିସ୍ ମୋବାଇଲ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି । ଗୁରୁବାର ଦିନ ମୋବାଇଲ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ତଥା ପୁଲିସ୍ ଏକ୍ସ-ହ୍ୟାଣ୍ଡେଲରେ ପରାମର୍ଶ ଦେଇଛି । ଠକେଇ ହେଉଥିବା ନେଇ ପୋଲିସ୍ ସତର୍କ ସୂଚନା ଜାରି କରିଛି । ଓଡିଶା ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ପୋଲିସ୍ ଅଧିକାରୀଙ୍କ ଫଟୋ ଲଗାଇ ପୋଲିସ୍ ର ପରିଚୟ ଦେଇ କିଛି ଠକ ଆପଣଙ୍କ ପ୍ରିୟଜନଙ୍କ ବିରୋଧରେ ଗୁରୁତର ଅପରାଧ ଥିବାର ମିଛ କହି ବିଭିିନ୍ନ କୌଶଳରେ ଟଙ୍କା ଲୁଟୁଥିବାର ଅଭିଯୋଗ ଆସିଛି । ଠକେଇର ଖବର ଆସିବା ପରେ ଓଡ଼ିଶା ପୋଲିସ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।
Related Stories
November 22, 2024