ଭୁବନେଶ୍ୱର, ବିଜେଡିର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଅପରାଧୀଙ୍କୁ ଧରି ପ୍ରଚାର କରୁଛନ୍ତି । ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ ଓ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡି ଯୋଜନା କରିଛି ବୋଲି ଅଭିଯୋଗ କରିଛି ବଜେପି । ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି ଗତକାଲି ୟୁନିଟ ୬ ଅଂଚଳରେ ବିଜେପି କାର୍ଯ୍ୟକର୍ତାଙ୍କୁ ସ୍ଥାନୀୟ କର୍ପୋରେଟରଙ୍କ ସ୍ୱାମୀ ତଥା ବିଜେଡି ନେତା ମଧୁ ରେଡ୍ଡୀ ଓ ଲିଙ୍ଗା ନାମକ ଅସାମାଜିକ ଯୁବକ ଆକ୍ରମଣ କଲେ ଓ ପ୍ରଚାର ବନ୍ଦ କରିବାକୁ କହିଲେ । ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଲେ । ଅଭିଯୋଗ କରିବାରୁ ପୋଲିସ କହିଲା ଉଭୟ ପକ୍ଷକୁ ଗିରଫ କରାଯିବ । ଅର୍ଥାତ ପୋଲିସ ବିଜେଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି । ପୋଲିସ ସହାୟତାରେ ନିର୍ବାଚନ ଜିତିବାକୁ ବିଜେଡି ରଣନୀତି କରୁଛି । ମଧୁ ରେଡ୍ଡୀଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଅଛି । ଯେଉଁ ବନ୍ଧୁକକୁ ଦେଖାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି । ନୟାପଲ୍ଲୀରେ କିଛି ଦିନ ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ତେଣୁ ନିର୍ବାଚନ ହିଂସା ଓ ଆକ୍ରମଣ ରାଜନୀତିରୁ ବିଜେଡି ବାଦ ରହୁ ବୋଲି ଚେତାବନୀ ଦେଇଛି ବିଜେପି ।
Related Stories
November 21, 2024
November 21, 2024