ଭୁବନେଶ୍ୱର/ପୁରୀ, ସାକ୍ଷୀଗୋପାଳ ମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ହୋଇଛି । ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା।
ପ୍ରତ୍ୟେକ ସଂକ୍ରାନ୍ତି ବୈଠକ ଭଳି ଗ୍ରାମ ଜଗେଶ୍ବରୀ ମଣ୍ଡପରେ ବୈଠକ ଚାଲିଥିଲା ବେଳେ ଅଣ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ କୀର୍ତ୍ତି ରଞ୍ଜନ ମହାପାତ୍ର ହଠାତ୍ ସଭା ମଝିରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି।ଗୁରୁତର ଅବସ୍ଥାରେ କିଶୋରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।