ଭୁବନେଶ୍ୱର,ମୋ ବୁଥ ଆପ ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଏହି ଆପ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ପାଇଁ ମୋ ବୁଥ ଆପ କାମ କରିବ । ଭୋଟରଙ୍କ ସମସ୍ୟା ସମାଧାନ ପାଇଁ ଆପ କରାଯାଇଛି । ଭୁବେନେଶ୍ୱରରେ ପୁଲିଙ୍ଗ ବୁଥ ଲୋକେସନ ପାଇବାରେ ସମସ୍ୟା ଭୋଗୁଥିଲେ ମତଦାତା ଏବେ ଏହି ଆପ ଦ୍ୱାରା ସହଜରେ ବୁଥ ପାଇପାରିବେ ଏବଂ ଗୁଗୁଲ ମ୍ୟାପ୍ ମାଧ୍ୟମରେରେ ଜାଣିପାରିବେ । ଏହାସହ କେଉଁ ବୁଥ ରେ କେତେ ଭିଡ଼ ଅଛି , ସେକ୍ଟର ଅଫିସର ମାନେ ପୋଲ ପାର୍ଟି ଡେଶପୋଜାଲ ହେଲେ କି ନାହିଁ , ମକପୋଲ ଠିକ ସମୟ ରେ ହେଲାକି ନାହିଁ. ସନ୍ଧ୍ୟା ବେଳେ ପୋଲିଂ ସାରିକି ବାହାରିଲେ କି ନାହିଁ ଏହି ଆପ ଦ୍ୱାରା ଜାଣିହେବ । ବିଶେଷ କରି ଆଇନ ଶୃଙ୍ଖଳା, ରଙ୍ଖଜ୍ଞ ସମସ୍ୟା ବିଷୟ ରେ ମୋ ବୁଥ ଆପ ଦ୍ୱାରା ଜାଣିହେବ ।
Related Stories
November 25, 2024