ଭୁବନେଶ୍ୱର, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବୁରୁଧର ଉଲ୍ଲାକାଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ଉଲ୍ଲାକା କଂଗ୍ରେସ ଦଳର ଜଣେ ଅଭିଜ୍ଞ, ବରିଷ୍ଠ ତଥା ଉତ୍ସର୍ଗୀକୃତ ଜନନେତା ଥିଲେ । ଦଳ ପକ୍ଷରୁ ତାଙ୍କୁ ସାଂଗଠନିକ ଦାୟିତ୍ୱ ହେଉ ଅବା ବିଧାନସଭାରେ ବିଧାୟକ ଭାବରେ ପ୍ରତିନିଧିତ୍ୱ କରିବାର ହେଉ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ସେ ନିଷ୍ଠାର ସହ ନିର୍ବାହ କରିଛନ୍ତି । ସେ ବିଷମ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହ ନିବିଡ଼ ସମ୍ପର୍କ ରଖିଥିଲେ । ସ୍ୱର୍ଗତ ଉଲ୍ଲାକା ଜଣେ ସରଳ, ମିଷ୍ଠଭାଷୀ ଓ ବନ୍ଧୁବତ୍ସଳ ବ୍ୟକ୍ତିଥିଲେ । ତାଙ୍କର ଦେହାନ୍ତ ଦଳପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସଂଗେ ସଂଗେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।