ନୂଆଦିଲ୍ଲୀ, ବୈଦେଶିକ ମନ୍ତ୍ରାଳୟ ଗାଜା ୟୁଏନ ମିଶନରେ ଭାରତୀୟଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସେମାନେ ପାର୍ଥିବ ଶରୀରକୁ ଭାରତ ଆଣିବା ଓ ମାମଲାର ତଦନ୍ତ ପାଇଁ ସହଯୋଗ ଓ ସଂପର୍କ କରିଛନ୍ତି ।
ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ ଆଜି କହିଛି ଯେ, ମେ 13ରେ ଗାଜାରେ ମିଳିତ ଜାତିସଂଘ ସୁରକ୍ଷା ବିଭାଗରେ ସୁରକ୍ଷା ସମନ୍ୱୟ ଅଧିକାରୀ କର୍ଣ୍ଣେଲ ବୈଭବ ଅନିଲ କାଲେଙ୍କ ମୃତ୍ୟୁରେ ଆମକୁ ଗଭୀର ଦୁଃଖ ହୋଇଛି । ତାଙ୍କ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଉଛୁ । ନ୍ୟୁୟର୍କରେ ମିଳିତ ଜାତିସଂଘରେ ଆମର ସ୍ଥାୟୀ ମିଶନ ଏବଂ ତେଲଅଭିବ ତଥା ରାମଲ୍ଲାରେ ଆମ ମିଶନ ପାର୍ଥିକ ଶରୀରକୁ ଭାରତ ଫେରାଇ ଆଣିବାରେ ସମସ୍ତ ସହାୟତା ଦେଉଛନ୍ତି ଏବଂ ଏହି ଘଟଣାର ତଦନ୍ତ ସଂପର୍କରେ ସମ୍ବନ୍ଧିତ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ ।