ମାଲକାନଗିରି – ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲ୍ଲାରେ ଆସନ୍ତା ୨୩ ତାରିଖରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମାଓବାଦୀ ମାନେ ନିର୍ବାଚନକୁ ଭଣ୍ଡୁର କରିବାପାଇଁ କିରନ୍ଦୁଲ ଥାନା କୁଟରମ ଜଙ୍ଗଲରେ କ୍ୟାମ୍ପ କରି ସେଠାରେ ଯୋଜନା କରୁଥିବା ଖବରପାଇ ଆଜି ସକାଳୁ ଡିଆରଜି ଯବାନମାନଙ୍କ ଏକ ଟିମ୍ କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଗୁଳିବିନିମୟ ହେବାପରେ ମାଓବାଦୀ ସେଠାରୁ ଛତ୍ର ଭଙ୍ଗ ଦେଇ ପଳାଇଥିଲେ । ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଏମାନଙ୍କ ନିକଟରୁ ବାର୍ ବୋର ବନ୍ଧୁକ ଓ ୯ ଏମଏମ ପିସ୍ତଲ ଜବତ ହୋଇଛି । ମୃତ ଦୁଇ ମାଓବାଦୀ ହେଲେ ଏଲଓଏସ ମେମ୍ବର ଲଛୁ ମାଣ୍ଡବୀ ଓ ପୋଦିୟା । ପୂର୍ବରୁ ଉଭୟଙ୍କ ନାମରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
Related Stories
November 24, 2024
November 24, 2024