ଝୁନଝୁନ, ରାଜସ୍ଥାନରେ ହିନ୍ଦୁସ୍ଥାନ କପର ଲିମିଟେଡର କୋଲିହାନ ଖଣିରେ ଫସିଥିବା 15ଜଣ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରୁ 14ଜଣଙ୍କୁ ବାହାର କରାଯାଇଛି । ଦୁର୍ଘଟଣାରେ ଚିଫ୍ ଭିଜିଲାନ୍ସ ଅଫିସର ଉପେନ୍ଦ୍ର ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅସୁସ୍ଥ 8 ଅଧିକାରୀଙ୍କୁ ଜୟପୁରର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ଅବସ୍ଥା ସାମାନ୍ୟ ଅଛି ।
ଅଧିକାରୀଙ୍କ ମୁତାବକ ବୁଧବାର ସକାଳୁ 4 ରାଉଣ୍ଡରେ ରେସକ୍ୟୁ ଅପରେସନ କରାଯାଇଥିଲା । ପ୍ରଥମ ରାଉଣ୍ଡରେ ତିନି ଆହତଙ୍କୁ ଜୟପୁର ଅଣାଯାଇଥିଲା । ଏହାପରେ ଦ୍ୱିତୀୟ ରାଉଣ୍ଡରେ 5ଜଣ ଆହତଙ୍କୁ ଜୟପୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।