କୋଲକାତା, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହୁଗୁଳି ଜିଲ୍ଲାର ଶ୍ରୀରାମପୁରରେ ବୁଧବାର ଏକ ନିର୍ବାଚନୀ ଜନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମାଆ, ମାଟି, ମାନୁଷ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମମତା ଏବେ ମୁଲ୍ଲା, ମଦରସା ଓ ମାଫିଆଙ୍କ ତରଫଦାରି କରୁଛନ୍ତି ।
ଶାହ କହିଛନ୍ତି ଯେ, ଏଠାରେ ଇମାମଙ୍କୁ ମାସକୁ ଦରମା ଦିଆଯାଉଛି, କିନ୍ତୁ ପୂଜାରି ଓ ମନ୍ଦିରର ରକ୍ଷକଙ୍କୁ କିଛି ମିଳୁନି । ତାଜିୟାରେ କୌଣସି ବାଧା ନାହିଁ, କିନ୍ତୁ ଦୁର୍ଗା ପୂଜା ଓ କାଳୀପୂଜାର ବିସର୍ଜନ ଶୋଭାଯାତ୍ରା ବାହାରିବାରେ ନିୟମିତ ବାଧା ହେଉଛି । କଣ ଏହାକୁ ଜାରି ରଖିବା ପାଇଁ ଅନୁମତି ଦେବା ଉଚିତ ? ସେ କହିଛନ୍ତି ଯେ, ମମତା ସରକାର ଦୁର୍ଗା ପୂଜା ରୋକିଥାନ୍ତି । ତାଙ୍କୁ ଆଦୌ ଭୋଟ ଦେବା ଠିକ୍ ନୁହେଁ ।
ସେ କହିଛନ୍ତି ପିଓକେ ଆମର ଅଟେ, ଏବଂ ଆମେ ଏହାକୁ ନେଇକରି ରହିବୁ । ରାହୁଲ ଗାନ୍ଧି ଓ ମମତା ବାନାର୍ଜୀ ଆପଣଙ୍କୁ ଡରିବାର ଅଛି ତ ଡରିକି ରୁହନ୍ତୁ, ଏହି ପିଓକେ ଭାରତର ଅଟେ ଏବଂ ଆମେ ଏହାକୁ ନେଇ କରି ରହିବୁ ।