ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଓଡ଼ିଶା ସରକାରରେ ମନ୍ତ୍ରୀ ଥିବା ଡମ୍ବରୁଧର ଉଲାକାଙ୍କ ବିୟୋଗ ସଂପର୍କରେ ଜାଣି ଦୁଃଖ ହେଲା । ଉଲାକା ଲୋକଙ୍କର, ବିଶେଷକରି ବଂଚିତ ଓ ତାଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି । ମୁଁ ତାଙ୍କ ପରିବାରର ସଦସ୍ୟ ଓ ସମର୍ଥକଙ୍କ ପ୍ରତି ସମବେଦନା ଜଣାଉଛି ।