
ଋଷିକେଶ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କୁ ଜିରିୟାଟ୍ରିକ ୱାର୍ଡରେ ଭର୍ତ୍ତି କରାଯାଇଛି । ଏମ୍ସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଅଧିକ ବୟସରେ ହେଉଥିବା ସମସ୍ୟା କାରଣରୁ ରୁଟିନ ଚେକଅପ ପାଇଁ ସାବିତ୍ରୀ ଦେବୀ ଏଠାକୁ ଆସିଛନ୍ତି ।
ମଙ୍ଗଳବାର ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି । କୁହାଯାଉଛି ଯେ, ଯୋଗୀଙ୍କ ଭଉଣୀ ମାଆଙ୍କୁ ଦେଖିବାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପରିବାରକୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ଅଧୀନରେ ପୋଲିସକର୍ମୀ ବି ଏମ୍ସରେ ମୁତୟନ ହୋଇଛନ୍ତି ।