
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ୬୮ ତମ ଜନ୍ମ ଜୟନ୍ତୀ ଆର୍ଟ ଅଫ ଲିଭୀଙ୍ଗ ପୁରୀ ସେଣ୍ଟର ପକ୍ଷରୁ ପୁରୀ ପୌର ସଦନ ପରିସରରେ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସମୟରୁ ଗୁରୁ ଅଶୋକ ମିଶ୍ର, ପ୍ରଦୀପ ସାହୁ, ଗୀତା ଜେମା ଙ୍କ ତତ୍ତ୍ଵାବଧାନରେ କ୍ରିୟା ସାଧନା କରଯାଇଥିଲା। ଏହା ପରେ ଦହି ସର୍ବତ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଆୟୋଜିତ ହେଇଥିଲା ମହା ସତସଙ୍ଗ ଓ ନୃତ୍ୟ। ଯାହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଥିଲା। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପାଳ ନାୟକ, ମଣ୍ଟୁ କୁମାର ଦାସ ଓ ବିଜୟ କୁମାର ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବ୍ରଜ କିଶୋର ସାହୁ, ସତ୍ୟ ରଞ୍ଜନ ମିଶ୍ର, ଶ୍ରୀନିବାସ ପାତ୍ର ଏବଂ ସୁନିଲ୍ ଜେନା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅରୁଣ ମହାନ୍ତି, ପ୍ରବୀର୍ ମହାନ୍ତି, ସଂଘମିତ୍ରା ମହାନ୍ତି, ହାପି ସିହ୍ନା, ପ୍ରଦୀପ ଚାଟାର୍ଜୀ, ଶରତ ପଟ୍ଟନାୟକ, ଭାସ୍କର ପାତ୍ର ସତ୍ୟ ନାରାୟଣ ସାହୁ ଓ ଦେବରାଜ ଦାସ ପ୍ରମୁଖ ସହଯୋଗ କରିଥିଲେ। ପୁରୁଷୋତ୍ତମ ନନ୍ଦ ଓ ରୀତାଞ୍ଜଳି ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।