କୋରାଇ- ଆମେ ଯୁଦ୍ଧ ନୁଡେଁ ଶାନ୍ତି ଚାହୁଁର ବାର୍ତା ସମଗ୍ର ବିଶ୍ୱକୁ ଦେବା ପାଇଁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦ୍ୟେଶରେ ଏକ ନିବେଦନ ପତ୍ର ଯାଜପୁର ଏସପିଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି । ଯୁଦ୍ଧହେଲେ କେବଳ ଆମେରିକା, ଇରାନ ନୁହେଁ ସମଗ୍ର ବିଶ୍ୱରେ ଏହାର ପ୍ରଭାବ ପଡିବ । ଯାହା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେବ । ତେଣୁ ଯେ କୌଣସି ଉପାୟରେ ଯୁଦ୍ଧ ବନ୍ଦ କରାଇବାକୁ ନିବେଦନ କରିଛି ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱୋଚ୍ଛାସେବୀ ସଙ୍ଗଠନ ଆମେ ବିପଦର ସାଥି । ଆଜି ପାଣିକୋଇଲି ମା ତାରିଣୀ ମନ୍ଦିରୁ ଏକ ଶୋଭାଯାତ୍ରା ପ୍ଲାକାର୍ଡ ଧରି ଶାନ୍ତିର ବାର୍ତା ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ଏସପି ଅଫିସରେ ପହଂଚିଥିଲା । ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଂଗଠନ ପକ୍ଷରୁ ମନମୋହନ ବାରିକ, ସୁବାସ ଧଳ, ତାରିଣୀ ପଟ୍ଟନାୟକ, ପ୍ରଫୁଲ୍ଲ ଦାସ, ନୃସିଂହ ଚରଣ ଦଳାଇ, ସୂର୍ଯ୍ୟମଣି ପଣ୍ଡା, ରାକେଶ ରଂଜନ ପଣ୍ଡା, ସୁଧାଶଙ୍କର ବିଶ୍ୱାଳ, ସତ୍ୟବ୍ରତ ପଣ୍ଡା, ରାଜ କିଶୋର କର, ଅନିରୁଦ୍ଧ ମଲିକ, ଧନେଶ୍ୱର ଦଳାଇ, ଅନୁପ କୁମାର ବେହେରା, ସାଗର ସାମଲ, ତନ୍ମୟ ପଣ୍ଡା, ବିଶ୍ୱଜିତ ମଲିକ, ଅଂଜନ ଦାଶ, ପ୍ରେମେଶ ମହାକୁଡ, ଅଭୟ କୁମାର ସାହୁ, ଶିବାନନ୍ଦ ବେହେରାଙ୍କ ସମତେ ଶତାଧିକ ସାଥି ଯୋଗଦେଇଥିଲେ ।
Related Stories
November 23, 2024