-
ସମ୍ପୂର୍ଣ୍ଣ ମହିଳା ପୁଲିଂ ଅଫିସର ପରିଚାଳନା କରିବେ ୨୪୬ ବୁଥ,
-
ଭିନ୍ନକ୍ଷମ ଓ ଯୁବ ପୁଲିଂ ଅଫିସର ୨୭ ବୁଥ ପରିଚାଳନା କରିବେ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲାର ୧୭ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ମୋଟ ୧୫୯୮ ବୁଥ ବା ମତଦାନ କେନ୍ଦ୍ର।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଏଥି ମଧ୍ୟରୁ ୨୯୯ ଗୋଟି ମତଦାନ କେନ୍ଦ୍ର କୁ ମଡେଲ ବୁଥ ବା ଆଦର୍ଶ ମତଦାନ କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇ ମତଦାତା ଙ୍କୁ ଆକୃଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି।ସେଥି ମଧ୍ୟରୁ ସଖି ବୁଥ ବା କେବଳ ମହିଳା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କ ସହଯୋଗ ରେ ପରିଚାଳିତ ବୁଥ ର ସଂଖ୍ୟା ୨୪୬।ସେହିପରି ପି ଡବ୍ଲୁ ଡି ବା ଭିନ୍ନକ୍ଷମ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କ ଦ୍ୱାରା ପରିଚାଳିତ ବୁଥ ସଂଖ୍ୟା ୧୩ ।୧୮ ରୁ ୩୦ ବର୍ଷ ବୟସ୍କ ଯୁବ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କ ଦ୍ୱାରା ୧୪ ଟି ବୁଥ ପରିଚାଳିତ ହେବ।ଇକୋ ଫ୍ରେଣ୍ଡଲି ବା ପରିବେଶ ଉପଯୋଗୀ ବୁଥ ଭାବେ ୧୪ ଟି ଓ ୧୨ ଟି ଥିମ ବେସ ବା ବିଷୟ ଆଧାରିତ ବୁଥ କରାଯିବ।ଏ ସବୁ ବୁଥ ଗୁଡିକ ସହ ସମସ୍ତ ବୁଥ ରେ ଭୋଟର ମାନଙ୍କ ପାଇଁ ସର୍ବନିମ୍ନ ବ୍ୟବସ୍ଥା କରାଯାଇଛି।ଏଥି ସହ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ସୁଇପ ବା ସିଷ୍ଟୋମେଟିକ ଭୋଟର ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ମାଧ୍ୟମରେ ସମସ୍ତ ଭୋଟର ମାନଙ୍କୁ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିବାରୁ ଚଳିତ ନିର୍ବାଚନ ରେ ମତଦାନ ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।