ନୂଆଦିଲ୍ଲୀ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ପରିବାରର ବରିଷ୍ଠ ନେତା ଶ୍ରୀ ସୁଶୀଲ କୁମାର ମୋଦିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଜେପି ପରିବାରର ବରିଷ୍ଠ ନେତା ଶ୍ରୀ ସୁଶୀଲ କୁମାର ମୋଦିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରୁଛି । ତାଙ୍କ ପରି ନିର୍ଭୀକ ଓ ବରିଷ୍ଠ ସହଯୋଗୀଙ୍କ ସହିତ ଖୁବ ନିକଟରୁ କାମ କରିବାର ସୁଯୋଗ ମିଳିଥିଲା । ବଡ ଭାଇ ସମାନ, ତାଙ୍କର ଏଭଳି ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ କ୍ଷତି ଅଟେ । ଶୋକର ଏହି କ୍ଷଣରେ ମୋର ସମବେଦନା ତାଙ୍କ ପରିବାର ସହିତ ରହିଛି । ଈଶ୍ୱର ପୁଣ୍ୟାତ୍ମାଙ୍କୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି ।