ବାରଣାସୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରଣାସୀ ସଂସଦୀୟ ସିଟରୁ ଲଗାତର ତୃତୀୟ ଥର ନାମାଙ୍କନ କରିବେ । ଏହାକୁ ଦେଖି କଲେକ୍ଟ୍ରେଟ ପରିସର ଓ ଆଖପାଖ ସୁରକ୍ଷାର ଅଭେଦ୍ୟ କିଳାବନ୍ଦୀ କରାଯାଇଛି । ସୁରକ୍ଷା କମାଣ ଏସପିଜି ଟିମ ସମ୍ଭାଳୁଛି ।
ପ୍ରଧାନମନ୍ତ୍ରୀ ପାଂଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ନାମାଙ୍କନ ସ୍ଥଳ ଯାଏ ଯିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଯିବା ଆସିବା ରାସ୍ତାରେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ଫାଇଭ ଲେୟାର ସିକ୍ୟୁରିଟିରେ ରଖାଯାଇଛି । ରୋଡ୍ ସୋରୁ ନେଇ ନାମାଙ୍କନ ଯାଏ ପାଂଚ ଏଜେନ୍ସି ସୁରକ୍ଷା ବ୍ୟବସ୍ଥାକୁ ମୋର୍ଚ୍ଚାରେ ମୁତୟନ କରାଯାଇଛି ।