
ଭୁବନେଶ୍ୱର, ଆଜି ବାଲେଶ୍ଵର ଲୋକସଭା ଆସନ ର ସମସ୍ତ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ ଏକ ବିଶାଳ ପଟୁଆର ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିବା ପାଇ ରିଟର୍ଣିଂ ଅଫିସଙ୍କ କାର୍ଯ୍ୟଳୟ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରାରେ ୨୫ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ମାନେ ସାମିଲ ହୋଇଛନ୍ତି। ବିଭିନ୍ନ ପାରମ୍ପାରିକ ବାଜା ଓ ନୃତ୍ୟ ପରିବେଷଣ କରାଯାଉଛି। ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, ସଦର ନିର୍ବାଚନ ମଣ୍ଡଳୀର ମାନସ ଦତ୍ତ, ରେମୁଣା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ଚନ୍ଦ୍ର ଦାସ, ଭୋଗରାଇ ନିର୍ବାଚନ ମଣ୍ଡଳୀର ଆଶିଷ ପାତ୍ର, ବସ୍ତା ନିର୍ବାଚନ ମଣ୍ଡଳୀର ରବୀନ୍ଦ୍ର ଅଣ୍ଡିଆ, ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ବ୍ରଜମୋହନ ପ୍ରଧାନ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।