-
ପ୍ରଦୀପଙ୍କ ଛାତିର ପିଞ୍ଜରା ଏବଂ ଫୁସଫୁସରେ ଆଘାତ ଲାଗିଛି, ଏମ୍ସ ସ୍ଥାନାନ୍ତର
ଗଞ୍ଜାମ, ବ୍ରହ୍ମପୁରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପଙ୍କ ଛାତିର ପିଞ୍ଜରା ଏବଂ ଫୁସଫୁସରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଏବଂ ପରେ ଆଜି ଭୁବନେଶ୍ଵର ସ୍ଥିତ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଗୋଷାଣୀ ନୂଆଗାଁ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ୍ ରେ ଘଟିଥିଲା ଏହି ହିଂସାକାଣ୍ଡ । ବୁଥ୍ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ସେ ପୋଲିସ ସହ ଆଲୋଚନା କରୁଥିଲେ । ଏହି ସମୟରେ ବ୍ରହ୍ମପୁରର ସ୍ଵାଧିନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ମୁଥ ମାରି ତାଙ୍କୁ ତଳେ ପକାଇ ଦେଇଥିଲେ । ଫଳରେ ପ୍ରଦୀପଙ୍କ ଛାତିର ପିଞ୍ଜରା ଏବଂ ଫୁସଫୁସରେ ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ଵର ସ୍ଥିତ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।