ପୁରୀ, ଜଗତସିଂହପୁର ଲୋକସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ସାଧାରଣ ପର୍ଯ୍ଯବେକ୍ଷକ ଏଚ ଜେ ଦେଶାଇ ଜଗତସିଂହପୁର ସର୍କିଟ ହାଉସରେ ଅବସ୍ଥାନ କରୁଛନ୍ତି।୧୦୫-କାକଟପୁର ଓ ୧୦୬-ନିମାପଡା ଵିଧାନସଭା ନିର୍ବାଚନ ମଣ୍ଡଳୀ ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ସାଧାରଣ ପର୍ଯ୍ଯବେକ୍ଷକ ଶ୍ରୀ ଦେଶାଇ ଏହାର ଅନୁଧ୍ୟାନ କରୁଛନ୍ତି।ନିର୍ବାଚନ ସମ୍ପର୍କରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ ବା ସାଧାରଣ ଲୋକ ମାନଙ୍କର କୌଣସି ଅଭିଯୋଗ ଥିଲେ ସାଧାରଣ ପର୍ଯ୍ଯବେକ୍ଷକ ଶ୍ରୀ ଦେଶାଇଙ୍କୁ ଅବଗତ କରିପାରିବେ। ଶ୍ରୀ ଦେଶାଇଙ୍କ ମୋବାଇଲ ନମ୍ବର ୯୭୭୭୨୭୭୯୪୦ ରହିଛି। ପ୍ରତ୍ୟହ ପୂର୍ବାହ୍ନ ୧୦ଟା ପରେ ତାଙ୍କୁ ଲିଆସନିଙ୍ଗ ଅଫିସରଙ୍କ ମାଧ୍ୟମରେ ଯୋଗାଯୋଗ ବା ସାକ୍ଷାତ କରି ଅଭିଯୋଗ କରାଯାଇ ପାରିବ ବୋଲି ପର୍ଯ୍ଯବେକ୍ଷକଙ୍କ ପକ୍ଷରୁ କୁହାଯାଇଛି।
Related Stories
November 22, 2024