
ଭୁବନେଶ୍ୱର,ନବକଳେବର କାମ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ରାଶିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।
ବିଜେଡିର ପ୍ରବକ୍ତା ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ ତିନି ଦିନ ତଳେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ନବକଳେବର କାମ ପାଇଁ କେନ୍ଦ୍ର ସରକାର 50 କୋଟି ଟଙ୍କା ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ବାସ୍ତବିକତା ହେଲା କେନ୍ଦ୍ର ସରକାର ଆଇଟିଡିସି ମାଧ୍ୟମରେ 10 କୋଟି ଦେଇଥିଲେ । ମାତ୍ର 6.50 କୋଟି ଖର୍ଚ୍ଚ କରାଯାଇଥିଲା ।