ନୂଆଦିଲ୍ଲୀ, ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିଭାଲ ପୋଲଇସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନରେ ତାଙ୍କ ସହିତ ମାରପିଟ ହୋଇଛି । ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଉତ୍ତର ଦିଲ୍ଲୀ ପୋଲିସ ଡେପୁଟି କମିଶନର ମନୋଜ କୁମାର ମିଣା କହିଛନ୍ତି ଯେ, ସକାଳ 9.34 ମିନିଟ ସମୟରେ ସିଭିଲ ଲାଇନ୍ସ ପୋଲିସ ଥାନାରେ ଏକ ପିସିଆର କଲ ମିଳିଥିଲା, ଯେଉଁଥିରେ ଜଣେ ମହିଳା କହିଥିଲେ ମୁଖ୍ୟମନ୍ତ୍ରୀ ବାସଭବନରେ ତାଙ୍କ ସହ ମାରପିଟ ହୋଇଛି । କିଛି ସମୟ ପରେ ସାଂସଦ ମ୍ୟାଡାମ ଥାନା ସିଭିଲ ଲାଇନ୍ସକୁ ଆସିଥିଲେ, ଅଭିଯୋଗ ଦେବା କଥା କହି ପଳାଇଥିଲେ ।
ଦିଲ୍ଲୀ ପୋଲିସ ଏନେଇ ମାମଲା ରୁଜୁ କରିଛି ।