ହଲଦ୍ବାନୀ, କାଠଗୋଦାମରୁ ଆଦି କୈଳାସ ଯାତ୍ରାର ପ୍ରଥମ ଦଳ ବାହାରିବା ସହିତ ଚଳିତ ବର୍ଷର ଆଦି କୈଳାସ ଏବଂ ଓମ୍ ପର୍ବତର ଯାତ୍ରା ଆରମ୍ଭ ହୋଇଛି ।
କୁମାଉଂ ମଣ୍ଡଳ ବିକାଶ ନିଗମର ଟୁରିଷ୍ଟ ରେଷ୍ଟ ହାଉସ କାଠଗୋଦାମରୁ ସାଧାରଣ ପରିଚାଳକ ବିଜୟନାଥ ଶୁକ୍ଳ ଆଦି କୈଳାସ ଯାତ୍ରାର ପ୍ରଥମ ଦଳକୁ ସବୁଜ ପତକା ଦେଖାଇବା ପରେ ଏହି ଯାତ୍ରା ଆରମ୍ଭ ହୋଇଛି । ଏହା ପୂର୍ବରୁ ଯାତ୍ରାରେ ସାମିଲ୍ ହେବାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ପାରମ୍ପରିକ ଶୈଳିରେ ସ୍ଵାଗତ କରାଯାଇଥିଲା ।
କୁମାଉଂ ମଣ୍ଡଳ ବିକାଶ ନିଗମର ସାଧାରଣ ପରିଚାଳକ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ଦଳରେ ମୋଟ୍ ୪୯ ଜଣ ଯାତ୍ରୀ ରହିଛନ୍ତି । ଯେଉଁମାନେ କି ୮ ଦିନରେ ଆଦି କୈଳାସ ଏବଂ ଓମ୍ ପର୍ବତ ଯାତ୍ରା କରିବା ସହିତ କୁମାଉଂ ମଣ୍ଡଳର ମନ୍ଦରଗୁଡିକର ଦର୍ଶନ କରି ଆସିବେ ।