ଲକ୍ଷ୍ନୌ, ଲକ୍ଷ୍ନୌ କମିଶନରେଟ କ୍ଷେତ୍ରରେ ସୋମବାର ସକାଳେ ସ୍କୁଲ ର ମେଲ୍ ଆଇଡିକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏଥିରେ ସ୍କୁଲ୍ ଉପରକୁ ବୋମା ପକାଇ ଏହାକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ପରିଚାଳକଙ୍କୁ ଏହି ଇ-ମେଲ୍ ସମ୍ପର୍କରେ ସୂଚନା ମିଳିବା କ୍ଷଣି ସ୍କୁଲରୁ ପିଲାଙ୍କୁ ଖାଲି କରାଯାଇଛି । ଏଥି ସହିତ ବିଦ୍ୟାଳୟ ପରିଚାଳନା କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଅବିଭାବକ ମାନଙ୍କୁ ଏ ବାବଦରେ ଅବଗତ କରିଛନ୍ତି । ଏହା ବ୍ୟତୀତ ଲକ୍ଷ୍ନୌ ବିମାନବନ୍ଦରକୁ ମଧ୍ୟ ବୋମାରେ ଉଡାଇଦେବାକୁ ଧମକ ମିଳିଛି ।
ଗୋମତି ନଗର କ୍ଷେତ୍ରରେ ବିବଗ୍ୟୋର ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ବିଦ୍ୟାଳୟର ଘଂଟି ବଜାଇ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବାହାରକୁ ବାହାର କରାଯାଇଥିଲା । ଅନୁରୂପ ସୂଚନା କଟୌତା ଛକ ସ୍ଥିତ ସଂତ ମେରୀ ସ୍କୁଲ ଏବଂ ପିଜିଆଇ କ୍ଷେତ୍ରରେ ଏଲପିଏସ ସ୍କୁଲରେ ସାମ୍ନାକୁ ଆସିଛି । ଉଭୟ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲର ଷ୍ଟାଫ୍ ମାନେ ତୁରନ୍ତ ବାହାରକୁ ନେଇ ଆସିଥିଲେ ।