ହାଇଦ୍ରାବାଦ/ନୂଆଦିଲ୍ଲୀ, ହାଇଦ୍ରାବାଦରୁ ବିଜେପି ପ୍ରାର୍ଥୀ ମାଧବୀ ଲତା ବିବାଦ ଘେରରେ । ଏକ ମତଦାନ କେନ୍ଦ୍ରରେ ମହିଳା ଭୋଟରଙ୍କୁ ବୁର୍ଖା ହଟାଇ ଚେକ କରିବା କାରଣରୁ ମାଧବୀ ଲତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି । ମଲକପେଟ ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
ହାଇଦ୍ରାବାଦ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ନିଂ ଅଧିକାରୀ ଓ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ଆଇପିସି ଧାରା 171ସି, 186, 505 (1)(ସି) ଓ ଲୋକ ପ୍ରତିନିଧିତ୍ୱ ଅଧିନିୟମର ଧାରା 132 ଅଧୀନରେ ମାମଲା ରୁଜୁ ହୋଇଛି ।