ଭୁବନେଶ୍ୱର, ସାଂସଦ ପ୍ରତାପ ଷଡ଼ଙ୍ଗୀ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏହି ହତ୍ୟା ପାଇଁ ଗୃହ ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହ ଏ ସମ୍ପର୍କିତ କମିଶନର ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତିକୁ ସମାପ୍ତ କରିବାରେ ଲାଗିଥିବା ନବୀନ ପଟ୍ଟନାୟକ ସରକାରଙ୍କୁ ତିଳେ ହେଲେ ସରକାରରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ସୁରକ୍ଷାରେ କେବଳ ଲାଠିଧାରୀ ପୋଲିସ ଦିଆଗଲା । ସରକାର ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷାକୁ ବେଶ ହାଲକା ଭାବେ ନେଇଥିଲେ । ସ୍ବାମୀଜୀଙ୍କ ହତ୍ୟା ସମୟରେ ତାଙ୍କ ସୁରକ୍ଷାରେ ଥିବା ଲାଠିଧାରୀ ପୋଲିସ ବି ନଥିଲା । ସ୍ବାମୀଜୀଙ୍କ ହତ୍ୟା ପଛରେ ରାଜ୍ୟ ଗୃହ ବିଭାଗର ହାତ ରହିଛି । ସ୍ବାମୀଜୀଙ୍କ ହତ୍ୟା ପାଇଁ ନବୀନ ବାବୁ ସମ୍ପୂର୍ଣ୍ଣ ଦାୟୀ ସାଂସଦ ପ୍ରତାପ ଷଡ଼ଙ୍ଗୀ `ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଜାଣିଶୁଣି ଏ ହତ୍ୟା କରାଯାଇଥିଲା’
ସେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ସରକାରରେ ରହିବାର ଅଧିକାର ନାହିଁ। ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହଡପ ହେଲା. ଧର୍ମାନ୍ତରୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ଆଜିର ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଗଲା ।
ସ୍ନାମୀଜୀଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଯେତେବେଳେ ସୁରକ୍ଷା ମାଗିଲେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କଲା । ଓଡ଼ିଶାରେ ଫ୍ରିଡିମ ରିଲିଜିଅନ ଆକ୍ଟ ଅଛି । ହେଲେ ଏତେ ବଡ ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିଲେ । ସେ କଣ କିଛି ଜାଣି ପାରିଲେନି । ହିନ୍ଦୁ ସମାଜଙ୍କୁ ନେତୃତ୍ବ ବିହୀନ କରିବ ପାଇଁ ଷଡଯନ୍ତ୍ର ହୋଇଥିଲା । ଏହାର ପ୍ରଚ୍ଛଦପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସାଂପ୍ରଦାୟିକ ଷଡଯନ୍ତ୍ର ରଚିଥିଲେ। ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । 3ଟି କମିଶନ ବସିଲା ତାଙ୍କ ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ଏଭଳି ସରକାର ଉଠେଇକି ଫୋପାଡି ଦେବା ଦରକାର ବୋଲି ସେ କହିଛନ୍ତି ।