ବଲାଙ୍ଗିର, ରାହୁଲ ଗାନ୍ଧି ଆଗାମୀ ୧୫ ତାରିଖ ବୁଧବାର ଦିନ ୧୧ଟା ସମୟରେ ବଲାଙ୍ଗିର ପୋଲିସ ହେଲିପେଡ ଠାରେ ପହଞ୍ଚି ଆରଟିଓ ଅଫିସ ଛକ ଠାରୁ ବିରାଟ ତଥା ୫୦୦ ରୁ ଅଧିକ ବାଇକ୍ ରେଲି ରେ ରୋଡସୋ କରି କୋଶଳ କଳାମଣ୍ଡଳ ପଡ଼ିଆରେ ପହଂଚି ସେଠାରେ ଜନସଭାରେ ଉଦବୋଧନ ଦେବେ ବୋଲି ବଲାଙ୍ଗିର କଂଗ୍ରେସ ପ୍ରବକ୍ତା ଅଜୟ ବାଲି ଏଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରାହୁଲଙ୍କ ସହିତ ତେଲେଙ୍ଗାନାର ଡ଼େପୁଟି ମୁଖ୍ୟମନ୍ତ୍ରୀ ମାଲୁ ଭାଟି, ଓଡ଼ିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସାଂସଦ ରହିବେ। ଦିନ ୧୧ଟା ୩୦ ରୁ କଳାମଣ୍ଡଳ ଠାରେ ସାଧାରଣ ସଭା ଗୋଟିଏ ଘଣ୍ଟା ପାଇଁ ଅନୁଷ୍ଠିତ ହେବ, ଯେଉଁଥିରେ ଅନେକ ଲୋକ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଯୋଗଦେବେ। ମଞ୍ଚରେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ର, ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂହସାଲୁଜାଙ୍କ ସମେତ ଟିଟିଲାଗଡ଼, ପାଟଣାଗଡ, ଲୋଇସିଂହା, ସୁବର୍ଣ୍ଣପୁର, ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ରାଜ୍ଯ ମୁଖପାତ୍ର ଓ ବଲାଙ୍ଗିର ମିଡିଆ ସେଲ ଅଧ୍ୟକ୍ଷ ଅଜିତ ପାଉଲ, ମିଡିଆ ସଭ୍ଯ ଅର୍ଜୁନ ମୁଗୁରି ଉପସ୍ଥିତି ଥିଲେ।