
-
ନବକଳେବର ପାଇଁ କେନ୍ଦ୍ର ମଞ୍ଜୁର କରିଛି ୧୦ କୋଟି
ଭୁବନେଶ୍ୱର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇଟି ମିଛ କହିଛନ୍ତି । ଠାକୁରଙ୍କ କାମରେ ଏଭଳି ଡାହା ମିଛ ନକହିଲେ ଭଲ ହେବ ବୋଲି କହିଛନ୍ତି ବିଜେଡି ନେତା କାର୍ଲିକ ପାଣ୍ଡିଆନ ।ଶ୍ରୀ ପ୍ରଧାନ କହିଥିଲେ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ହେଲେ ବାସ୍ତବରେ କେନ୍ଦ୍ର ମଞ୍ଜୁର କରିଛି ୧୦ କୋଟି ଟଙ୍କା । ସେହିଭଳି ସେ କହିଥିଲେ ଯେ ମାର୍ଚ୍ଚ ୩୦ ତାରିଖରେ ଓଡିଶା ଟ୍ରେଜେରୀକୁ କେନ୍ଦ୍ରରୁ ଏଥିପାଇଁ ୫୦ କୋଟି ଟଙ୍କା ଆସିଛି । ହେଲେ ଓଡିଶା ଟ୍ରେଜେରୀ ନୁହେଁ ବରଂ କେନ୍ଦ୍ର ସରକାର ତାଙ୍କର ନିଜସ୍ୱ ସଂସ୍ଥା ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଖାତାକୁ ଦେଇଥିଲେ ୧୦ କୋଟି ଟଙ୍କା । ଏହି ୧୦ କୋଟି ଟଙ୍କାରୁ ୬ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅବଶିଷ୍ଟ ଟଙ୍କା ଫେରି ଯାଇଛି । ଶ୍ରୀ ପାଣ୍ଡିଆନ ଏହି ସୂଚନା ଦେବା ସହିତ ଏ ସଂକ୍ରାନ୍ତୀୟ ଦସ୍ତାବିଜର ନକଲ ମଧ୍ୟ ଜାରି କରିଛନ୍ତି ।