
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶିବାବତାର ଭଗବତପାଦ ଆଦ୍ୟ ଗୁରୁ ପୂଜ୍ଯ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ୨୫୩୧ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ମଠ ଠାରେ ପାଳିତ ହୋଇଯାଇଛି l ପ୍ରାତଃ ଘ. ୮.୦୦ ମି. ବରୁଣପୂଜା, ସଙ୍କଳ୍ପ, ମାତୃପୂଜା, ବସୋଧାରା, ନାନ୍ଦିଶ୍ରାଦ୍ଧ, ଗ୍ରହପୂଜନ, ବର୍ଷନୀ କଳସ ପୂଜନ, ପୁରୁଷସୂକ୍ତ, ହୋମ, ପୀଠଦେବତା ହୋମ, ପୂର୍ଣ୍ଣାହୁତି, ଆଦିଶଙ୍କରଙ୍କ ମହାଭିଷେକ, ବେଶ, ମହତୀ ଭୋଗ ଅର୍ପଣ, ଆରତି, ପୁଷ୍ପାଞ୍ଜଳି ଇତ୍ୟାଦି କାର୍ଯ୍ୟ ସାରି ଅପରାହ୍ନ ଘ. ୩.୩୦ ମି. ଚଳନ୍ତି ପ୍ରତିମାଙ୍କ ବିମାନ ବିଜେ ଓ ନଗର ପରିକ୍ରମାରେ ବହୁ ସାଧୁ ସନ୍ଥ ମହନ୍ତ ଓ ଭକ୍ତବୃନ୍ଦ ସହ ଗମନ କରିଥିଲେ l
ଏହି ଶୋଭାଯାତ୍ରା ମଠ ଠାରୁ ବାହାରି ବାଲି ସାହି ଦେଇ ସିଂହଦ୍ଵାର ସମ୍ମୁଖରୁ ଦୋଳମଣ୍ଡପ ସାହି, କୁଣ୍ଢେଇବେଣ୍ଟ ସାହି, ମରୀଚିକୋଟ ଛକ, ଦୋଳବେଦୀ, ମଣିକଣିକା ସାହି, ହରଚଣ୍ଡୀ ସାହି, ଗଉଡବାଟ ସାହି, ସ୍ଵର୍ଗଦ୍ଵାର ଆଳତୀ ତଟ ଓ କାଞ୍ଚି ମଠ ଠାରୁ ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଏହି ସମୟରେ ପ୍ରତ୍ୟକ ସାହିର ଭକ୍ତବୃନ୍ଦ ନିଜ ନିଜ ଘର ଆଗରେ କଳସୀ ଓ ପ୍ରଦୀପ ପ୍ରଦାନ କରି ନୈବେଦ୍ୟ ଅର୍ପଣ କରି ପନ୍ତି ଭୋଗ କରିଥିଲେ l ବିଭିନ୍ନ ସାହିର ମୁରବି ଓ ଭକ୍ତବୃନ୍ଦ ପରିକ୍ରମା ଶୋଭାଯାତ୍ରାରେ ଥିବା ପଥଚାରୀ ମାନଙ୍କୁ ଜଳ ମିଷ୍ଟାନ୍ନ ଓ ବିଭିନ୍ନ ପ୍ରକାରର ସର୍ବତ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା lଏହି କାର୍ଯ୍ୟକ୍ରମ ନଗର ମଧ୍ଯରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା l