
-
ଇସ୍ତଫା ରେ ସାମିଲ ହେଲେ ହଜାର ରୁ ଉର୍ଦ୍ଧ ସମର୍ଥକ,
-
ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡିଶା ବିଜେପି ପଦାଧିକାରୀ ଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ବିଜେପି ରୁ ଇସ୍ତଫା ଦେଲେ ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ଜଗଦେବ |ପୁରୀ ର ଏକ ଘରୋଇ ହୋଟେଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀଜଗଦେବ ଏହି ସୂଚନା ପ୍ରଦାନ କରିଛନ୍ତି |ସେ କହିଛନ୍ତି ଯେ କାଶ୍ମୀର ସମସ୍ୟା ସମାଧାନ ପାଇଁ ସମ୍ବିଧାନ ର ଧାରା ୩୭୦ ଓ ୩୫ (କ) ଉଛେଦ, ଶ୍ରୀ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଏବଂ ୩ ତଲାକ ଆଇନ ଏବେ ଅକାମୀ ହୋଇଯାଇଛି । ସମାନ ନାଗରିକ ଆଇନ ପ୍ରଣୟନ ପାଇଁ ମାତ୍ର କେତେ ସମୟର ଅପେକ୍ଷା ରହିଛି।,ରାଷ୍ଟ୍ରୀୟ ବିଜୟ ଅସ୍ମିତା ଏବଂ ରାଷ୍ଟ୍ରୀୟ ପୁନ ଜାଗରଣ ପାଇଁ ଅଙ୍ଗୀକୃତ ମୁଁ 1980 ରୁ ବଜେପି ର ଅଭିବୃଦ୍ଧି ପାଇଁ ଦିନରାତି ଏକ କରିଛି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଏଥିପାଇଁ କୃତଜ୍ଞତା ଜଣେଇବା ସହିତ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଶ୍ରୀ ଲାଲକୃଷ୍ଣ ଆଡଭାନୀ ଙ୍କୁ ପୁଣ୍ୟ ସ୍ମୃତିଚାରଣ କରୁଛି।ଭକ୍ତିପୂତ ହୃଦୟ ରୋଭିନ୍ନତା ର ପରିଚୟ ରଖୁଥିବା ବିଜେପି ର ଆଜି ଓଡ଼ିଶା ରାଜ୍ୟ ରେ ପରିଚୟ ସଙ୍କଟ ସୃଷ୍ଟି ହୋଇଛି । ଯୌନ ବେଭିଚାରି, ଅର୍ଥନୈତିକ ଅପରାଧ, ଅଭ୍ୟାସ ଗତ ଅପରାଧି ବାହୁବଳୀ ଲୋକଙ୍କୁ ଆଜି ଦଳୀୟ ପ୍ରାର୍ଥୀ କରାଯାଇଛି |
ନିଷ୍ଠାପର ପରିଶ୍ରମୀ, ଦଳୀୟ ନୀତି ଆଦର୍ଶ ପ୍ରତି ସମର୍ପିତ କାର୍ଯ୍ୟକର୍ତ୍ତା ଉପେକ୍ଷା କରାଯାଉଛି।ଗଣତନ୍ତ୍ର ର ଜୀବନରକ୍ତ ଆଜି ଦଳୀୟ ବ୍ୟବସ୍ଥାରେ ପ୍ରଦୂଷିତା ଯେଉଁ ମୂଲ୍ୟ ବୋଧ ପାଇଁ ସାରାଜୀବନ ମୁଁ ସଂଗ୍ରାମ କରି ଆସିଛି ସେ ସବୁକୁ ପାର୍ଟି ନାମରେ ମୁଁ ଜଳାଞ୍ଜଳି ଦେଇପାରିବି ନାହିଁ । ଗୋପବନ୍ଧୁଙ୍କ ସାଧନା କ୍ଷେତ୍ର ସତ୍ୟବାଦୀରେ ମାଟି ପାଇଁ ଚାଲିଥିବା ଲଢେଇରେ ପାର୍ଟିର ଭୂମିକା ଗୌଣ,ଦଳରେ ସମ୍ମାନ, ମର୍ଯ୍ୟାଦା ଏବଂ ଅଙ୍ଗିକୃତ ମୋ ଭଳି ଜଣେ କାର୍ଯ୍ୟକର୍ତ୍ତା ଆଉ ଅଧିକକାଳ ଭାରାକ୍ରାନ୍ତ ହୃଦୟରେ କାମ କରିବା ମୋ ପାଇଁ ସମ୍ଭବ ନୁହେଁ ତେଣୁ ମୁଁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ପତ୍ର ପ୍ରଦାନ କରୁଛି ।
ରାଜନୀତି କାର୍ଯ୍ୟ ର ବେସ୍ତ ବହୁଳତା ଭିତରେ ଅନେକ କରଣୀୟ କାର୍ଯ୍ୟ କରିବାକୁ ସମୟ ଦେଇପରୁନି।ଯାହା ସବୁ କରିବାକୁ ଏବେ ସମୟ ପାଇବି ବୋଲି ଭାବୁଛି।ଦଳୀୟ ସଂଗଠନ ରେ କାମ କରିବା ବେଳେ ଯଦି ମୋର ସେପରି କିଛି ତ୍ରୁଟି ହୋଇଥାଏ ତେବେ ସେଥିପାଇଁ ମୋତେ ଦଳ ନିଶ୍ଚୟ କ୍ଷମା ପ୍ରଦାନ କରିବେ ବୋଲି କୃଷ୍ଣ ଚନ୍ଦ୍ର ଜଗଦେବ କହିଛନ୍ତି |ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଛାଡିଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ସ୍ୱାଧୀନ ବିଧାୟକ ପ୍ରାଥୀ କାମାକ୍ଷା ପ୍ରଧାନ ଉପସ୍ଥିତ ରହି ନିଜର ବିଜୟ ଯାତ୍ରା ସମ୍ପର୍କରେ କହିଥିଲେ |ସେ କହିଥିଲେ “ପ୍ରଥମେ ମାଟି ପରେ ପାର୍ଟି” ମୁଁ ସଦା ସର୍ବଦା ଲୋକଙ୍କ ସହିତ ଅଛି ଏବଂ ଲୋକ ମୋ ସହିତ ଅଛନ୍ତି ଏବଂ ରହିବେ |