ପ୍ରତାପଗଡ, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ବିଜେପି ପ୍ରାର୍ଥୀ ତଥା ସାଂସଦ ବିନୋଦ ସୋନକରଙ୍କୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି । ନିର୍ବାଚନୀ ଜନସଭାରେ ଶାହ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ କଶ୍ମୀରରେ ଧାରା 370 ପୁଣି ଥରେ ଲାଗୁ କରିଦେବ ।
ଶାହ କହିଛନ୍ତି ବିଜେପି ତାର ପ୍ରତିଶ୍ରୁତି ମୁତାବକ କଶ୍ମୀରରୁ ଧାରା 370 ସବୁବେଳ ପାଇଁ ହଟାଇ ଦେଇଛି, କିନ୍ତୁ କଂଗ୍ରେସ ଓ ତାର ସହଯୋଗୀ ଦଳ ଏହାକୁ ହଜମ କରିପାରୁନାହାନ୍ତି । ସେ କହିଛନ୍ତି ବିଜେପି ଦେଶରୁ ଆତଙ୍କବାଦ, ନକ୍ସଲବାଦ ଶେଷ କରିଛି । ବିଜେପି ପ୍ରାର୍ଥୀଙ୍କୁ ତୃତୀୟ ଥର ସଂସଦ ପଠାଇ ଅଂଚଳର ବିକାଶ କରିବାକୁ ସେ ଅପିଲ କରିଛନ୍ତି ।