
ନୂଆଦିଲ୍ଲୀ, ଦେଶରେ ସାତଟି ପର୍ଯ୍ୟାୟରେ ହେଉଥିବା ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପ୍ରଚାରର ଆଜି ଶେଷ ଦିନ ଅଟେ । ସନ୍ଧ୍ୟା 6ଟାରେ ପ୍ରଚାର ଥମିଯିବ । ଏହି ପର୍ଯ୍ୟାୟରେ ମେ 13ରେ 10ଟି ରାଜ୍ୟର 96ଟି ଲୋକସଭା ସିଟରେ ମତଦାନ ହେବ ।
ସାଧାରଣ ନିର୍ବାଚନର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇସାରିଛି । ତୃତୀୟ ପର୍ଯ୍ୟାୟରେ 11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର 93 ସିଟରେ ମତଦାନ ପ୍ରତିଶତ 64 ପ୍ରତିଶତ ରହିଥିଲା । ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ବିହାର, ଜମ୍ମୁ ଏବଂ କଶ୍ମୀର, ଝାରଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ମତଦାନ ହେବ ।ପ୍ରାୟ 1717 ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ।