ନୂଆଦିଲ୍ଲୀ– ଲୋକସଭା ନିର୍ବାଚନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ଜାମିନରେ ବାହାରିଛନ୍ତି । କେଜରିୱାଲଙ୍କୁ ଜୁନ 1ଯାଏ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜେଲରୁ ବାହାରିବା ପରେ କେଜରିୱାଲ ସିଧା ମୁଖ୍ୟମନ୍ତ୍ରୀ ବାସଭବନରେ ପହଂଚିଥିଲେ ।
କେଜରିୱାଲ ଆଜି ଦିଲ୍ଲୀରେ ଦୁଇଟି ବଡ ରୋଡ୍ ସୋ କରିବେ । ଏହାପୂର୍ବରୁ ସକାଳେ ସେ ହନୁମାନ ମନ୍ଦିର ଯିବେ ।ଦ୍ୱିପ୍ରହର ଗୋଟାଏ ବେଳେ ପ୍ରେସମିଟ କରିବେ । କେଜରିୱାଲ ସନ୍ଧ୍ୟାରେ ପୂର୍ବ ଦିଲ୍ଲୀର କୃଷ୍ଣାନଗରରେ ରୋଡ୍ ସୋ କରିବେ । ଏହାପରେ ଦକ୍ଷିଣ ଦିଲ୍ଲୀର ମହରୌଲୀରେ ରୋଡ୍ ସୋ କରିବେ ।