କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ମଙ୍ଗଳବାର ପଂଚମ ଦିବସ ଖେଳରେ କେନ୍ଦ୍ରାପଡାର ସୁରଜ କ୍ଲବ କଟକର ଜାଗୁଳେଇ କ୍ଲବକୁ ୫-୪ ଟ୍ରାଇବ୍ରେକରେ ହରାଇ ବିଜୟୀ ହୋଇଛି । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉସôବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର କ୍ରୀଡାବୀତମାନଙ୍କୁ ଶୁଭେଛା ଜଣାଇବା ସହିତ କରମର୍ଦ୍ଧନକରି ଉସôାହିତ କରିଥିଲେ । ଆଜିର ଖେଳକୁ ପ୍ରଦୀପ୍ତ ମହାନ୍ତି, ରିୟାଜ ଖାନ, ମହମ୍ମଦ ଜୋହା, କିର୍ତୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।
Related Stories
November 24, 2024
November 24, 2024