ବଲାଙ୍ଗିର, ଓଡ଼ିଶାରେ ଲୋକଙ୍କ ଭିଡ ଦେଖି ଜଣାପଡ଼ୁଛି ବିଜେଡିର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଲୋକେ ପରିବର୍ତ୍ତନର ମୁଖ ରେ। ଆଜି ଓଡ଼ିଆ ସଂସ୍କୃତି ସଙ୍କଟରେ, ଅସ୍ମିତା ବିପଦରେ। ୪ ଜୁନ ଓଡ଼ିଶା ସରକାରର ଏକ୍ସପାରୀ ତାରିଖ । ମୁଁ ୧୦ ଜୁନ ପାଇଁ ନିମନ୍ତ୍ରଣ କରୁଛି ମୁଖ୍ୟମନ୍ତ୍ରୀଙ୍କୁ, ସେ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ। ଓଡ଼ିଶାରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବ। ଓଡ଼ିଶା ଭଳି ସମ୍ପଦ ଥିବା ଧନୀ ରାଜ୍ୟ ଲୋକେ ଗରିବ କାହିଁକି ? ମୁଁ ଓଡ଼ିଶାକୁ ବଞ୍ଚାଇବାକୁ ଆପଣଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଠାକୁ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି ତାଙ୍କୁ କଣ୍ଟାବଞ୍ଜି ଲୋକ ପଚାରନ୍ତୁ। ମୋ ପାଇଁ ପ୍ରଶ୍ନ କରନ୍ତୁ, ବିନା କାଗଜ ଦେଖି ଏଠାର ୧୦ ଟି ଗ୍ରାମର ନାମ ମୁଖ୍ୟମନ୍ତ୍ରୀ କୁହନ୍ତୁ ସେ କହିପାରିବେ ନାହିଁ। ଓଡ଼ିଶାର ବିଜେଡ଼ି ନେତା ଧନୀ, ଘର ବଙ୍ଗଳା କଲେ କିନ୍ତୁ ଲୋକେ ଗରିବ ହୋଇ ରହି ଗଲେ, ସେମାନଙ୍କୁ ଉପରକୁ ଉଠାଇବାକୁ ଲୋକଙ୍କୁ ଠିକ୍ ରଖିବାକୁ ଆପଣଙ୍କୁ ସ୍ଵାଭିମାନର ସହିତ ରହିବାକୁ ଆମ ଉପରେ ଆସ୍ଥା ରଖନ୍ତୁ। ଆପଣ ମାନେ ପଦ୍ମ ଫୁଲକୁ ଭୋଟ ଦେଇ ସଂଗୀତା ଓ ଅନ୍ୟ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ ଆପଣଙ୍କ ବିକାଶ ଆରମ୍ଭ ହୋଇଯିବ। ଓଡ଼ିଶାର କୃଷକଙ୍କୁ ଧାନ ଦର ୩୧୦୦ ଟଙ୍କା ମିଳିବ କୃଷକ ମାନଙ୍କୁ ଆପଣ କହନ୍ତୁ। ଆପଣଙ୍କ ପଡୋଶୀ ଛତିଶଗଡ଼ରେ ବିଜେପି ସରକାର କରିପାରିଛି। ଜଳସେଚନ ପାଇଁ ଲୋକଙ୍କ ପାଇଁ କରିନାହିଁ। ଆମେ ରୋଜଗାର ଦେବୁ ଯେତେ ଦିନ ବିଜେଡି ଥିବ ଆପଣ କିଛି ପାଇବେ ନାହିଁ। ରାଜ୍ୟ ସରକାର ଲୁଟ କରୁଛି। ଭାରତ ସରକାର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବ ଏହା ମୋଦି ଗ୍ୟାରେଣ୍ଟି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ନିଶ୍ଚିତ ଏଥିପାଇଁ ଆପଣଙ୍କୁ ଦୁଇଟି ଭୋଟ ଦେବାକୁ ପଡ଼ିବ। ମୋ ପାଇଁ ଆପଣ ସବୁ ଘରକୁ ଯାଇ ମୋର ଜୁହାର ଓ ଜୟ ଜଗନ୍ନାଥ କହିବେ।
ବଲାଙ୍ଗିର ପଥର ଚେପା ପଡିଆ ଠାରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ ରଘୁନାଥ ଜଗଡଳା ବିର ମହାରାଜପୁର, ଟିଟିଲାଗଡ ନବୀନ ଜୈନ, ପାଟଣାଗଡ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ଗୋପାଲଜି ପାଣିଗ୍ରାହୀ, ଲୋଇସିଂହା ଡାକ୍ତର ମୁକେଶ ମହଲିଙ୍ଗ, କଣ୍ଟାବାଞ୍ଜି ଲକ୍ଷ୍ମଣ ବାଗ, ସୋନପୁର ପ୍ରମୋଦ ମହାପାତ୍ର, ସର୍ବୋପରି ଲୋକସଭା ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଉପସ୍ଥିତ ଥିଲେ। ସଭା ପରିଚାଳନା କରିଥିଲେ ଜିଲ୍ଲା ସଭାପତି ଶିବାଜି ମହାନ୍ତି। ମୋଦୀଙ୍କ ସମାବେଶରେ ସ୍ବାଗତ ଭାଷଣ ରଖିଥିଲେ କନବର୍ଦ୍ଧନ। ସେ ନବୀନ ବାବୁ କେନ୍ଦ୍ର ଯୋଜନାକୁ ଚୋରି କରି ନିଜ ନାମରେ ପ୍ରଚାର କରୁଛନ୍ତି। ଓଡ଼ିଶା ପରମ୍ପରାକୁ ନେଇ ଖେଳ କରୁଛନ୍ତି, ନବୀନ ଲୋକଙ୍କୁ ବିଭ୍ରାନ୍ତି କରୁଥିବା ସେ କହିଥିଲେ। ଶେଷରେ ରଞ୍ଜିତା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ବଲାଙ୍ଗିର ସଂସଦୀୟ କ୍ଷେତ୍ର ଅଞ୍ଚଳରୁ ପ୍ରାୟ ଲକ୍ଷାଧିକ ଲୋକ ସମାଗମ ହୋଇଥିଲା।