
ମାଲକାନଗିରି – ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲ୍ଲା ପୁଲୁମ ଗ୍ରାମର ମିଡିୟା ମଞ୍ଜାଲଙ୍କୁ ମାଓବାଦୀ ମାନେ ଅପହରଣ କରିନେଇ ନିକଟସ୍ଥ ଜଙ୍ଗଲରେ ପ୍ରଜାକୋର୍ଟ କରି ପୋଲିସ ସୂଚନାଦାତା ଦର୍ଶାଇ ସର୍ବସମ୍ମୁଖରେ ଗଳାକାଟି ହତ୍ୟା କରିଛନ୍ତି । ମାଓବାଦୀ ଗଲାବେଳେ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର କାମବନ୍ଦ କରିବାକୁ ଚେତାବନୀ ଦେଇ ଯାଇଥିଲେ । ମୃତଦେହ ନିକଟରେ ମାଓବାଦୀ ମାନେ ଏକ ହାତଲେଖା ପୋଷ୍ଟର ଛାଡ଼ିଯାଇଛନ୍ତି । ଶବ ନିକଟରେ ମାଓବାଦୀ ବୋମା ପୋତିଥିବା ଆଶଙ୍କା ଥିବାରୁ ସେଠାକୁ ବୋମା ନିଷ୍କ୍ରିୟକାରି ଦଳକୁ ପଠାଯାଇଥିବା ଏସଡ଼ିପିଓ ଧୀରେନ୍ଦ୍ର ପଟେଲ ସୂଚନା ଦେଇଛନ୍ତି ।