
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମ ମୋଦୀ ଓଡିଶାବାସୀଙ୍କୁ ଅକ୍ଷୟ ତୃତୀୟାରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ପାଇଁ ଅକ୍ଷୟ ତୃତୀୟା ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ। ଅଖି ମୁଠି ଅନୁକୂଳ ସହ ଅତି ନିବିଡ଼ ଭାବେ ଜଡ଼ିତ ଏହି ବିଶେଷ ଦିନରେ ଚାଷୀମାନେ ବିହନ ବୁଣିବା ଆରମ୍ଭ କରିଥା’ନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସବୁବେଳେ ଆମ ସମସ୍ତଙ୍କ ଉପରେ ରହିଥାଉ।