
ବଲାଙ୍ଗିର, ହାଇୱା ଧକ୍କାରେ ଜଣେ ସାଇକେଲ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ଦେଓଗାଁ କଲେଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସେଠାରେ ରାସ୍ତାରୋକ କରାଯାଇଛି । ଫଳରେ ୨୬ ନଂ ଜାତୀୟ ରାଜପଥର ବଲାଙ୍ଗିର- ଟିଟିଲାଗଡ଼ ରୁଟ୍ ରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି ।