କନ୍ଧମାଳ- ଏବେ ଶୀତ ଋତୁ । ଶୀତର ମଜା ନେବାସହ ସୁନ୍ଦର ପ୍ରାକୃତିକ ମନୋରମ ପରିବେଶ ସହ ନିଜକୁ ହଜାଇ ଦେବାଲାଗି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭୀଡ ଜମୁଛି । ତା’ସହ ଆଦିବାସୀଙ୍କ ସହ ସେଲଫି ମଧ୍ୟ ଉଠାଉଛନ୍ତି ବିଦେଶୀ ପର୍ଯ୍ୟଟକ । ପ୍ରତିଦିନ କିଛିନା କିଛି ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ଏଠାକୁ । ଆଦିବାସୀଙ୍କ ଗାଡିଚାଳନା ଓ କଥାବାର୍ତାକୁ ପାଖରୁ ନିରିକ୍ଷଣ କରୁଛନ୍ତି । ଗତ ୨୦୧୨ରେ ୨ଜଣ ଇଟାଲିୟ ପର୍ଯ୍ୟଟକଙ୍କୁ ମାଓବାଦୀ ମାନେ ଅପହରଣ କରିବା ଘଟଣା ଦେଶବ୍ୟାପି ଆଲୋଡନ ସୃଷ୍ଟି ହେବାସହ ବିଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଥିଲା । ଏହାକୁ ନେଇ ସରକାର ମଧ୍ୟ ଅଡୁଆରେ ପଡିଯାଇଥିଲେ । ବିଦେଶୀ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡି କିମ୍ବା ଅନ୍ୟ ଆଦିବାସୀ ଇଲାକାକୁ ଆସିବା ଉପରେ କଟକଣା ମଧ୍ୟ ଲଗାଇଥିଲେ । ଏହାର ପ୍ରଭାବରେ କିଛିବର୍ଷ ମଧ୍ୟ ବନ୍ଦ ଥିଲା । ବିଦେଶୀ ପର୍ଯ୍ୟଟକମାନେ ଆସୁନଥିଲେ । ହେଲେ ଏବେ ପୁଣି ଗତ ୨/୩ ବର୍ଷ ହେଲାଣି ଦାରିଙ୍ଗବାଡିକୁ ଆସୁଛନ୍ତି ବିଦେଶୀ ପର୍ଯ୍ୟଟକ । ଆଦିବାସୀଙ୍କ ବସ୍ତିକୁ ଯାଉଛନ୍ତି, ସେଲଫି ଉଠାଉଛନ୍ତି । ଏଥିପାଇଁ ସେମାନେ ପୋଲିସକୁ କିଛି ଜଣାଉଛନ୍ତି ନା ଅନୁମତି ନେଉଛନ୍ତି । ଇଟାଲି ପର୍ଯ୍ୟଟକ ମାନେ ବିନା ଅନୁମତିରେ ଆସୁଛନ୍ତି । କାଳେ କିଛି ପୁଣି ଅଘଟଣ ଘଟିଲେ ପ୍ରଶାସନ ଓ ପୋଲିସର ଚେତା ପଶିବ । ଏଣୁ, ପୋଲିସ ଅନ୍ତତଃ ସତର୍କ ଦୃଷ୍ଟି ରଖିବା ଜରୁରୀ ହୋଇପଡିଛି ।
Related Stories
November 24, 2024