-
ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ସର୍ବାଧିକ ୮୫.୦ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ସର୍ବାଧିକ ୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୭୪.୦ ମି.ମି., କେନ୍ଦୁଝର ଜିଲ୍ଲାର ଘଷିପୁରାରେ ୭୨.୩ ମି.ମି., ବାଂଶପାଳରେ ୬୯.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୁରୁଡାରେ ୬୯.୦ ମି.ମି., ବେତନଟୀରେ ୬୫.୦ ମି.ମି., ବାଲେଶ୍ଵର ଜିଲ୍ଲାର ଏନଏଚ-୫, ଗୋବିନ୍ଦପୁରରେ ୬୪.୮ ମି.ମି., ବଲାଙ୍ଗିର ଜିଲ୍ଲାର ଗୁଡଭେଲାରେ ୬୨.୦ ମି.ମି., କେନ୍ଦୁଝର ଜିଲ୍ଲାର ସାହରପଡ଼ା ୫୯.୨ ମି.ମି., ଗଜପତି ଜିଲ୍ଲାର ଆର.ଉଦୟଗିରିରେ ୫୯.୦ ମି.ମି. ଏବଂ ବାଲେଶ୍ଵର ଜିଲ୍ଲାର ବାଲେଶ୍ଵରରେ ୫୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।