କୋଲକାତା– ସାରା ଦେଶ ସହିତ ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି । ଏବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚାଲିଛି । ଭାରତ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନରେ ମଇ ୧୩ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ୧୫ ହଜାର ୫୦୭ ଭୋଟଗ୍ରହଣ କେନ୍ଦ୍ରରୁ ୩୬୪୭ଟି ବୁଥ୍ କୁ ସମ୍ବେଦନଶୀଳ ଘୋଷିତ କରିଛନ୍ତି । ନିର୍ବାଚନ ଆୟୋଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବୋଲପୁର ଆସନରେ ସବୁଠୁ ଅଧିକ ୬୫୯ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଏହାପରେ ବୀରଭୂମରେ ୬୪୦, ବହରମପୁରରେ ୫୫୮, ବର୍ଦବାନ -ଦୁର୍ଗାପୁରରେ ୪୨୨, ରାଣାଘାଟରେ ୪୧୦, କୃଷ୍ଣାନଗରରେ ୩୩୮, ଆସନସୋଲରେ ୩୧୯ ଏବଂ ପୂର୍ବ ବର୍ଦମାନରେ ୩୦୧ ମତଦାନ କେନ୍ଦ୍ର ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବଳର ମୋଟ୍ ୫୭୯ କମ୍ପାନୀକୁ ମୁତୟନ କରିବାକୁ ନିଷ୍ପତି ନିଆଯାଇଛି ।