
-
ଦୁଇ ଆସାମୀଙ୍କୁ ଆଜୀବନ କାରାଦଣ୍ଡ, ତିନି ଖଲାସ୍
ମୁମ୍ବାଇ, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ଉନ୍ମୁଳନ ସମିତିର ପ୍ରତିଷ୍ଠାତା ଡା. ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟା ମାମଲାରେ ଶୁକ୍ରବାର ସ୍ଵତନ୍ତ୍ର କୋର୍ଟର ବିଚାରପତି ପି.ପି. ଯାଧବ ସଚିନ ଅନ୍ଦୁରେ ଏବଂ ଶରଦ କାଲସ୍କରଙ୍କୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଜଡ଼ିତ ଅନ୍ୟ ତିନି ଜଣ ଅଭିଯୁକ୍ତ ଡା. ବିରେନ୍ଦ୍ର ସିଂହ ତାବଡେ, ବିକ୍ରମ ଭାବେ ଏବଂ ସଞ୍ଜୀବ ପୁନାଲେକରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ୍ କରାଯାଇଛି ।
ଅନ୍ୟପକ୍ଷରେ ନରେନ୍ଦ୍ର ଦାଭୋଲକରଙ୍କ ପୁଅ ହମିଦ ଦାଭୋଲକର କୋର୍ଟଙ୍କ ଏହି ରାୟକୁ ସ୍ଵାଗତ କରିଛନ୍ତି । ସେ କହିଛନ୍ତି ଯେ, ମାମଲାରେ ଜଡ଼ିତ ତିନି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରାଯାଇଛି । ତେବେ ସେମାନଙ୍କୁ ସଜା ଦେବା ନିମନ୍ତେ ସେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯିବେ।