ମୁମ୍ବାଇ,ନାନ୍ଦେଡ଼ ଜିଲ୍ଲାର ଶିବାଜୀ ନଗର ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀର କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ଉ କରାଯାଇଛି । ଏ ବାବଦରେ ଆୟକର ବିଭାଗ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।
କୁହାଯାଉଛି ଯେ, ଆୟକର ବିଭାଗର ଔରଙ୍ଗାବାଦ, ମୁମ୍ବାଇ ଏବଂ ନାସିକ ର ଅଧିକାରୀ ଏବଂ କର୍ମଚାରୀ ସକାଳ ୭ଟାରେ ଶିବାଜୀ ନଗରରେ ୫ରୁ ୭ଟି ସ୍ଥାନରେ ଏକ ସଙ୍ଗେ ଛାନଭିନ୍ କରୁଛନ୍ତି । ଏହି କମ୍ପାନୀ ଗୁଡିକ ମଧ୍ୟରେ ଭଣ୍ଡାରୀ ଫାଇନାନ୍ସ ଏବଂ ଆଦିନାଥ ଫାଇନାନ୍ସ ପ୍ରମୁଖ ରହିଛି ।