-
– କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ପକ୍ଷରୁ ୨୪ ଘଂଟିଆ ଧର୍ମଘଟ ଡାକରା
-
– ସକାଳ ସାଢେ ୯ଟା ପୂର୍ବରୁ ଅଫିସ୍ ଆସିବାକୁ କର୍ମଚାରୀଙ୍କୁ ନିଦେ୍ର୍ଧଶ
ଭୁବନେଶ୍ୱର- ଆସନ୍ତାକାଲି (ବୁଧବାର)କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ପାଳନ କରାଯିବ । ଏହାକୁ ନଜରରେ ରଖି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବନ୍ଦ ପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ସହ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ସେହିଭଳି ସରକାରୀ ଅଫିସରେ କାର୍ଯ୍ୟରତ କର୍ମ·ରୀଙ୍କୁ ସକାଳ ସାଢେ଼ ୯ଟା ପୂର୍ବରୁ କର୍ମ·ରୀମାନେ ଅଫିସରେ ପହଂଚିବାକୁ ଚିଠିରେ କୁହାଯାଇଛି ।
ବିଭିନ୍ନ ଦାବି ନେଇ ସିପିଆଇ ଏମଏଲ ରେଡ୍ ଷ୍ଟାର, ଟିୟୁସିଆଇ,ଓଏନଏସୟୁ , ସିଆଇଟିୟୁ ,କିଷାନ ସଭା , କ୍ଷେତ୍ ମଜଦୁର ୟୁନିଅନ୍ ,ଆଦିବାସୀ ମହାସଂଘ, ଡିୱାଇଏଫଆଇ ଇତ୍ୟାଦି ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ , ସତ୍ୟାଗ୍ରହ ସହ ପିକେଟିଂ କରାଯିବ । ବୁଧବାର ସକାଳୁ ଭୁବନେଶ୍ୱର ରେଳଷ୍ଟେସନ୍ , ଷ୍ଟେଟ୍ ବ୍ୟାଙ୍କ୍ ଓ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖ ,ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟ ଦପ୍ତର, ଇଣ୍ଡିଆନ୍ ଅଏଲ ଅଫିସ୍ ସମ୍ମୁଖ , କ୍ରାଉନ୍ ହୋଟେଲ ନିକଟ , ଆଇଗିଣିଆ ଛକ , ପଳାଶୁଣୀ ଛକ, ଜୟଦେବ ବିହାର , ଆଚାର୍ଯ୍ୟ ବିହାର ପ୍ରମୁଖ ଛକ ଜାଗାରେ ପିକେଟିଂ କରାଯିବ ବୋଲି ଟ୍ରେଡ୍ ୟୁନିୟନ୍ ମାନଙ୍କ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ଓ ଦେଶ ବିରୋଧୀ ନୀତି ବିରୋଧରେ ଏକାଠି ହୋଇ ସଂଘର୍ଷ ପାଇଁ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମ·ରୀ ଶ୍ରମିକ ସଂଗଠନ ସମୂହ । ଦାବି ଗୁଡ଼ିକ ହେଉଛି- ଦରଦାମ ବୃଦ୍ଧି ବନ୍ଦ କର, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୧ ହଜାର କରାଯାଉ, ସମାନ କାମକୁ ସମାନ ଦରମା, ଘରୋଇକରଣ ବନ୍ଦ ଓ କୃଷକଙ୍କ ପାଇଁ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ ଇତ୍ୟାଦି । ତେବେ ଏହି ବନ୍ଦରୁ ଆମ୍ବୁଲାନସ, ଔଷଧ ଦୋକାନ, ପରୀକ୍ଷାର୍ଥୀ, ଫାୟାର ଗାଡ଼ି ଓ କ୍ଷୀରଗାଡ଼ି ପରି ଅତ୍ୟାବଶକ ସେବାକୁ ବାଦ ଦିଆଯାଇଛି ।
ଅନ୍ୟପକ୍ଷରେ ବନ୍ଦକୁ ଦୃଷ୍ଟିରେ ରଖି ବୁଧବାର ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ନେଇଛି । ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ।
ଅନ୍ୟପକ୍ଷରେ ଏହି ଦେଶ ବ୍ୟାପୀ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ବାମପନ୍ଥୀ ଦଳ , କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ।