ବଲାଙ୍ଗିର ,ଆସନ୍ତା ୧୧.୦୪. ୨୦୨୪ ତାରିଖ ଦିନ ୧୧ ଘଂଟା ୩୦ ମିନିଟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିରରେ ପହଞ୍ଚିବେ । ବଲାଙ୍ଗିର ପଥରଚେପା ପଡିଆ ଠାରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜୟ ସଂକଳ୍ପ ସମାବେଶ କୁ ଉଦ୍ବୋଧନ ଦେବେ । ଏଥିରେ ଲୋକସଭା ପ୍ରାର୍ଥୀ ଓ ବଲାଙ୍ଗିର ଓ ସୋନପୁର ଜିଲ୍ଲା ର ନିର୍ବାଚନ ମଣ୍ଡଳୀ ର ୭ ଜଣ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ । ଏଥିରେ ଲକ୍ଷ୍ୟାଧିକ ସଂଖ୍ୟା ର ଲୋକମାନେ ଯୋଗ ଦେବେ । ବିଜେପିର ବଲାଙ୍ଗିର ଜିଲ୍ଲା ଓ ସୋନପୁର ଦୁଇଟି ଜିଲ୍ଲାର ଲକ୍ଷ୍ୟାଧିକ ବିଜେପି କର୍ମୀମାନେ ଉପସ୍ଥିତ ରହିବେ । ଜନସାଧାରଣଙ୍କ ପାଇଁ ପାର୍କି ର ବ୍ୟବସ୍ଥା, ପାଣିର ବ୍ୟବସ୍ଥା ଚେୟାର ବ୍ୟବସ୍ଥା ଓ ଟେଣ୍ଟ ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଲେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏଲ୍ପିଜି ପୋଲିସ ପକ୍ଷରୁ ଉତ୍ତମ ବ୍ୟବସ୍ଥା କରାଯାଇଛି । ୨୦୦ ରୁ ଉର୍ଦ୍ଧ୍ୱ ବିଜେପି ସ୍ୱେଚ୍ଛାସେବୀ କର୍ମୀ ମାନେ ମଧ୍ୟ ନିୟୋଜିତ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ଧିରେନ ସେନାପତି ଓ ମୁଖ୍ୟ ରାଜ୍ୟ ପ୍ରବକ୍ତା ସୁଦିପ୍ତ କୁମାର ରାୟ ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବଲାଙ୍ଗିର ଲୋକସଭା ସଂଯୋଜକ ଦିନେଶ ଶର୍ମା, ବଲାଙ୍ଗିର ବିଧାନସଭା ବିଜେପି ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଓ ଅମିତ ସିଂ ନିନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
Related Stories
November 25, 2024