ପୁରୀ -ଚଳିତ ମାସ ୧୨,୧୮ ଓ ୨୨ ତାରିଖରେ ୧୭-ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ସମୀକ୍ଷା କରାଯିବ।ସର୍କିଟ ହାଉସ ଠାରେ ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର ଏହି ସମୀକ୍ଷା କରିବେ।ଲୋକସଭା ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀ ମାନଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୯୫ ଲକ୍ଷ ଥିବାରୁ ପ୍ରାର୍ଥୀ ମାନଙ୍କ ସମସ୍ତ ଖର୍ଚ୍ଚ ର ଉପଯୁକ୍ତ ଲିପିବଦ୍ଧ ପାଇଁ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।ପୂର୍ବରୁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ବିଭିନ୍ନ ସାମଗ୍ରୀ ଓ ବସ୍ତୁ ର ଦ୍ରବ୍ୟ ମୂଲ୍ୟ ସ୍ଥିର କରାଯାଇଥିଲା।ଏହା ଆଧାର ରେ ଖର୍ଚ୍ଚ ଗୁଡିକୁ ଉପଯୁକ୍ତ ରେଜିଷ୍ଟର ରେ ପ୍ରାର୍ଥୀ ମାନେ ଲିପିବଦ୍ଧ କରିବେ।ସେହିପରି ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶିକା ଆଧାର ରେ ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ ଦଳ ବା ଏକ୍ସପେଣ୍ଡିଚର ମନିଟରିଂ ଟିମ ମଧ୍ୟ ପ୍ରାର୍ଥୀ ମାନଙ୍କ ର ବିଭିନ୍ନ ଖର୍ଚ୍ଚ ଯାହା ଏଫ ଏସ ଟି,ଏସ ଏସ ଟି,ଭି ଏସ ଟି,ଏମସିଏମସିର ତଥ୍ୟ ଆଧାରରେ ପ୍ରାପ୍ତ ହୋଇଥିବ ତାହାକୁ ସ୍ୟାଡୋ ରେଜିଷ୍ଟର ବା ଛାୟା ଖର୍ଚ୍ଚ ରେଜିଷ୍ଟର ରେ ଲିପିବଦ୍ଧ କରୁଛନ୍ତି। ଉପରୋକ୍ତ ତାରିଖରେ ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ର ତଦାରଖ ସମୟରେ ରେଜିଷ୍ଟର କୁ ଉପସ୍ଥାପିତ କରାଯିବା ସହ କୌଣସି କ୍ଷେତ୍ରରେ ତାରତମ୍ୟ ଦେଖାଗଲେ ପ୍ରାର୍ଥୀ ଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯିବାର ବ୍ୟବସ୍ଥା ରହିଛି।ପ୍ରାର୍ଥୀ ମାନଙ୍କ ସ୍ପଷ୍ଟୀକରଣ କୁ ଅନୁଧ୍ୟାନ କରାଯାଇ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପରିଚାଳନା ଟିମ ଏ ସମ୍ପର୍କରେ ପଦକ୍ଷେପ ନେବେ।ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ତଦାରଖ ସମୟରେ ସାଧାରଣ ଜନତା ମଧ୍ୟ ଉପସ୍ଥିତ ରହି ପାରିବେ।ସେମାନେ ଚାହିଁଲେ ତଥ୍ୟ ର ନକଲ ପୃଷ୍ଠା ପ୍ରତି ୧ ଟଙ୍କା ହିସାବରେ ଦାଖଲ କରି ନେଇ ପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଅପରପକ୍ଷରେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଲୋକସଭା ନିର୍ବାଚନ ର ପ୍ରାର୍ଥୀ, ସେମାନଙ୍କ ପ୍ରତିନିଧି ଓ ପ୍ରାର୍ଥୀ ଙ୍କ ଖର୍ଚ୍ଚ ଲିପିବଦ୍ଧ କରୁଥିବା ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର ଖର୍ଚ୍ଚ ରେଜିଷ୍ଟର ପରିଚାଳନା ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ।୧୦ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟରେ ସର୍କିଟ ହାଉସ ଠାରେ ମଧ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ପୁରୀ ଲୋକସଭା ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ୭ ଜଣ ପ୍ରାର୍ଥୀ ବା ସେମାନଙ୍କ ଖର୍ଚ୍ଚ ର ହିସାବ ରଖୁଥିବା ପ୍ରତିନିଧି ମାନଙ୍କ ସହ ଅଧିକ ଆଲୋଚନା କରି କିପରି ସଠିକ ଭାବେ ତାହା ଲିପିବଦ୍ଧ ହେବ ତାହାକୁ ଅବଗତ କରାଇବେ ବୋଲି ସୂଚନା ଦେଇଥିଲେ।
Related Stories
November 22, 2024