ନୂଆଦିଲ୍ଲୀ– ଟାଟା ସମୂହର ଏୟାର ଇଣ୍ଡିଆ ଏକ୍ସପ୍ରେସ ନିଜର 30ଜଣ ବରିଷ୍ଠ କେବିନ କ୍ରୁ-ମେମ୍ବରର୍ସଙ୍କୁ କାମାୋ ନଆସିବା କାରଣରୁ ଚାକିରିରୁ ବରଖାସ୍ତ କରିଛି । ବାହାର କରାଯାଇଥିବା କର୍ମଚାରୀମାନେ ମେ 7 ତାରିଖ ରାତିରେ ଅଚାନକ ସାମହୁହିକ ଛୁଟିରେ ଚାଲିଯାଇଥିଲେ । ଯେଉଁ କାରଣରୁ ଏୟାରଲାଇନର 90ରୁ ଅଧିକ ଉଡାଣକୁ ରଦ୍ଦ କରିବାକୁ ପଡିଥିଲା ।
ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ସିଂ କହିଛନ୍ତି ଯେ, ଆଜି ଓ ଆଗାମୀ ଦିନରେ ବି କିଛି ଫ୍ଲାଇଟ ବାତିଲ କରିବାକୁ ପଡିପାରେ । କମ୍ପାନୀ ବିମାନ ମଧ୍ୟ କମାଇପାରେ । କଂପାନୀରୁ ବରଖାସ୍ତ କରାଯାଇଥିବା କର୍ମଚାରୀଙ୍କୁ ପଠାଯାଇଥିବା ସେବା ସମାପ୍ତ ପତ୍ରରେ କୁହାଯାଇଛି ଯେ, ଆପଣଙ୍କ କାର୍ଯ୍ୟ, ଉଡାଣ ସଂଚାଳନ ନକରିବା ଓ କଂପାନୀର ସେବାକୁ ବ୍ୟାହାତ କରିବା ଆଇନର ଉଲ୍ଲଂଘନ ଅଟେ । ଏହା ଏୟାର ଇଣ୍ଡିଆ ଏକ୍ସପ୍ରେସ ଲିମିଟେଡ କର୍ମଚାରୀ ସେବା ନିୟମର ବି ଉଲ୍ଲଂଘନ ଅଟେ ।