
ଭୁବନେଶ୍ୱର, ବ୍ରହ୍ମପୁର , ବ୍ରହ୍ମପୁର ଠାରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ଏସପି ଅଫିସ ଆଗରେ ମହିଳା ମୋର୍ଚ୍ଚାର କର୍ମକର୍ତା ମାନେ ବିକ୍ଷୋଭ କରିଛନ୍ତି । କିଛି ଅଭିଯୁକ୍ତଙ୍କୁ ପୋଲିସ ଛାଡ଼ି ଦେଇଥିବା ଅଭିଯୋଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଥି । ଏହି ମାମଲାରେ ବୈଦ୍ୟନାଥପୁର ପୋଲିସ ଗତକାଲି ୫ ଜଣଙ୍କୁ ଗିରଫ କରିଥିଲା ।