
ଭୁବନେଶ୍ୱର/କଟକ, ବଢିଲା ଅନୁଭବଙ୍କ ଅଡୁଆ ।-ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲା । ଅଭିଯୋଗକୁ ମିଥା ବୋଲି ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହେଇଥିଲେ ଅନୁଭବ । ତେବେ କଟକ ଜେଏମଏଫସି କୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ ହୋଇଛି । ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ୍ ଦାୟର କରିଥିଲେ ଅନୁଭବ । ମେ’ ୧୦ରେ ଚାର୍ଜଫ୍ରେମ୍ ପାଇଁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।